Home 🎬 Bollywood 🎵 Pakistani 🎤 English Pop

Aare Ghunchijare Ajaa

👤 Prafulla Chandra 🎼 Radhara Nandalala ⏱️ 3:47
🎵 2497 characters
⏱️ 3:47 duration
🆔 ID: 11132527

📜 Lyrics

ଆଃହା, ଆଃହା, ଆଃହା, ଆଃହା, ଆଃହା, ଆଃହା, ଆଃହା, ଆଃହା

ଆରେ ଘୁଞ୍ଚିଯା, ଆରେ ଘୁଞ୍ଚିଯାରେ ଅଜା ପଛକୁ
ଦେଖିବି ମୁଁ ଟିକେ କାଳିଆକୁ
ଆଲୋ ହଟିଯା ଲୋ ଆଈ ପଛକୁ
ଦେଖିବି ମୁଁ ଟିକେ କାଳିଆକୁ

ରତନବେଦି ରେ ଦିଅଁ ଦେଖିନି
(ରତନବେଦି ରେ ଦିଅଁ ଦେଖିନି)
ବେତ ପାହାର କେବେ ଖାଇନି
(ବେତ ପାହାର କେବେ ଖାଇନି)

ଧରେଇଦେ ଛଡ଼ା ତୁଳସୀ, ନିଜେ ପାଇ ନେବି ଘରକୁ

ଆରେ ହଟିଯାରେ ଅଜା ପଛକୁ
ଦେଖିବି ମୁଁ ଟିକେ ବଳିଆକୁ

ଛୋଟପିଲା ମୁଁ ଭିଡ଼ ଭିତରେ
(ଛୋଟପିଲା ମୁଁ ଭିଡ଼ ଭିତରେ)
ଜଗା ଖେଳୁଚି ଲୁଚକାଳି ରେ
(ଜଗା ଖେଳୁଚି ଲୁଚକାଳି ରେ)

ନେଇଯାରେ ଟିକେ ପାଖକୁ, କହିବି ମୁଁ ମନ କଥାକୁ

ଆଲୋ ହଟିଯା ଲୋ ଆଈ ପଛକୁ
ଦେଖିବି ମୁଁ ଟିକେ କାଳିଆକୁ

ପାଠ ପଢ଼ାରେ ନାହିଁ ମୋ ମନ
(ପାଠ ପଢ଼ାରେ ନାହିଁ ମୋ ମନ)
ଆଖି ଖୋଜୁଚି ଚକନୟନ
(ଆଖି ଖୋଜୁଚି ଚକନୟନ)

ହାତ ଧରି ନିଅ ପାଖକୁ, ଦେଖିବିରେ ଟିକେ ଜଗାକୁ

ଆରେ ହଟିଯାରେ ଅଜା ପଛକୁ
ଦେଖିବି ମୁଁ ଟିକେ ବଳିଆକୁ

ଘରୁ ଆଣିଚି ଗୋଟା ନଡ଼ିଆ
(ଘରୁ ଆଣିଚି ଗୋଟା ନଡ଼ିଆ)
ହାତେ ଦେବି ମୁଁ ନବ କାଳିଆ
(ହାତେ ଦେବି ମୁଁ ନବ କାଳିଆ)

ନବନାହିଁ ଯଦି ହାତରୁ, ଯିବିନାହିଁ ଜମା ଘରକୁ

ଆରେ ହଟିଯାରେ ଅଜା ପଛକୁ
ଦେଖିବି ମୁଁ ଟିକେ ବଳିଆକୁ

ଆରେ ଘୁଞ୍ଚିଯା, ଆରେ ଘୁଞ୍ଚିଯା, ଆରେ ଘୁଞ୍ଚିଯାରେ ଅଜା ପଛକୁ
ଦେଖିବି ମୁଁ ଟିକେ କାଳିଆକୁ
ଆଲୋ ହଟିଯା ଲୋ ଆଈ ପଛକୁ
ଦେଖିବି ମୁଁ ଟିକେ କାଳିଆକୁ

⭐ Rate These Lyrics

Average: 0.0/5 • 0 ratings