Mo Priya Tharu Kie Adhika Sundara
🎵 1521 characters
⏱️ 4:45 duration
🆔 ID: 12508099
📜 Lyrics
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର?
ମୋ ପ୍ରିୟା ଠାରୁ କିଏ ଅଧିକ ଗୁଣର?
ଏଡ଼ିକି ମନୋଇ ଝିଅ ମନ ମାନିଲେ କହେ
ମୁଁ ଏକା ତୁମର, ମୁଁ ଏକା ତୁମର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର?
ଯା ମନରେ ହସେ ଖାଲି ମମତାର ଫୁଲ
ଯା ଦରଦ ଝରିପଡ଼େ ହୋଇ ଶତଦଳ
ଏଡ଼ିକି ଅବୁଝା ଝିଅ ବୁଝେନା
ସେ ଫୁଲ ଗନ୍ଧେ ମୁଁ ଆଜି ବିଭୋର, ମୁଁ ଆଜି ବିଭୋର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର?
ଯା ଓଠରେ ଲେଖା ମୋର ପୁଣ୍ୟ ଜୀବନର
ଯା ଲୁହରେ ଧୋଇ ଯାଏ ପାପ ଯେତେ ମୋର
ଏଡ଼ିକି ମନୋଇ ଝିଅ କରେନା ବିଚାର କେବେ
ମୋ ପାପ ପୁଣ୍ୟର, ମୋ ପାପ ପୁଣ୍ୟର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର?
ମୋ ପ୍ରିୟା ଠାରୁ କିଏ ଅଧିକ ଗୁଣର?
ଏଡ଼ିକି ମନୋଇ ଝିଅ ମନ ମାନିଲେ କହେ
ମୁଁ ଏକା ତୁମର, ମୁଁ ଏକା ତୁମର
ମୁଁ ଏକା ତୁମର, ମୁଁ ଏକା ତୁମର
ଉଁ-ହୁଁ-ହୁଁ-ହୁଁ, ହୁଁ-ହୁଁ-ହୁଁ
ମୋ ପ୍ରିୟା ଠାରୁ କିଏ ଅଧିକ ଗୁଣର?
ଏଡ଼ିକି ମନୋଇ ଝିଅ ମନ ମାନିଲେ କହେ
ମୁଁ ଏକା ତୁମର, ମୁଁ ଏକା ତୁମର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର?
ଯା ମନରେ ହସେ ଖାଲି ମମତାର ଫୁଲ
ଯା ଦରଦ ଝରିପଡ଼େ ହୋଇ ଶତଦଳ
ଏଡ଼ିକି ଅବୁଝା ଝିଅ ବୁଝେନା
ସେ ଫୁଲ ଗନ୍ଧେ ମୁଁ ଆଜି ବିଭୋର, ମୁଁ ଆଜି ବିଭୋର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର?
ଯା ଓଠରେ ଲେଖା ମୋର ପୁଣ୍ୟ ଜୀବନର
ଯା ଲୁହରେ ଧୋଇ ଯାଏ ପାପ ଯେତେ ମୋର
ଏଡ଼ିକି ମନୋଇ ଝିଅ କରେନା ବିଚାର କେବେ
ମୋ ପାପ ପୁଣ୍ୟର, ମୋ ପାପ ପୁଣ୍ୟର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର?
ମୋ ପ୍ରିୟା ଠାରୁ କିଏ ଅଧିକ ଗୁଣର?
ଏଡ଼ିକି ମନୋଇ ଝିଅ ମନ ମାନିଲେ କହେ
ମୁଁ ଏକା ତୁମର, ମୁଁ ଏକା ତୁମର
ମୁଁ ଏକା ତୁମର, ମୁଁ ଏକା ତୁମର
ଉଁ-ହୁଁ-ହୁଁ-ହୁଁ, ହୁଁ-ହୁଁ-ହୁଁ