Home 🎬 Bollywood 🎵 Pakistani 🎤 English Pop

Jaithili Badi Pataku

👤 Pamela Jain 🎼 Daha Balunga ⏱️ 4:24
🎵 3246 characters
⏱️ 4:24 duration
🆔 ID: 12755062

📜 Lyrics

ରହିଯା

ଯାଇଥିଲି ବାଡ଼ି ପଟକୁ କିଆଫୁଲ ତୋଳି ଲୋ
ଖସ-ଖସ ଶୁଭିଲା ବୋଲି ମାରିଦେଲି ତାଳି ଲୋ
କିଟିମିଟିଆ ଅନ୍ଧାର ରାତି ହେଲି ମୁଁ ଛଟପଟ
କଉଠି ଥିଲା ଧୂଳିଆ ନାଗ ମାରିଦେଲା ଲୋ ଚୋଟ

ହାଏ, ଗୋରା ଦେହ ମୋ ପଡ଼ିଗଲା ନେଳି ଲୋ
ମରିଗଲି, ମରିଗଲି

ଟେଣେ-ଣେ-ଣେ-ଣେ
ଟେଣେ-ଣେ-ଣେ-ଣେ

ମରିଗଲି, ମରିଗଲି
ଟେଣେ-ଣେ-ଣେ-ଣେ
ଟେଣେ-ଣେ-ଣେ-ଣେ

ଜଳିଲା, ପୋଡ଼ିହେଲା, ଭାରି କଷ୍ଟହେଲା
ଖାଇ ପକାଇଲି କେତେ ବଟିକା
ଲହୁଣୀ ଘଷିଲି, ମଲମ ମାଇଲି
କମିଲାନି ଜମା ବିନ୍ଧା ଛିଟିକା

ଟେଣେ-ଣେ-ଣେ-ଣେ

ହାଏ, ଜଳିଲା, ପୋଡ଼ିହେଲା, ଭାରି କଷ୍ଟହେଲା
ଖାଇ ପକାଇଲି କେତେ ବଟିକା
ଲହୁଣୀ ଘଷିଲି, ମଲମ ମାଇଲି
କମିଲାନି ଜମା ବିନ୍ଧା ଛିଟିକା

ତକିଆ ଧରି ଖଟକୁ ଗଲି ହେଲାନି ଜମା ନିଦ
କଉଠି ଥିଲା ପଡ଼ିଶା ପୁଅ ସୁଙ୍ଘେଇ ଦେଲା ଗଦ

ସବୁ ଜହର ଦେହର ଦେଲା ଗାଳି ଲୋ
ମରିଗଲି, ମରିଗଲି

ଟେଣେ-ଣେ-ଣେ-ଣେ
ଟେଣେ-ଣେ-ଣେ-ଣେ

ମରିଗଲି, ମରିଗଲି
ଟେଣେ-ଣେ-ଣେ-ଣେ
ଟେଣେ-ଣେ-ଣେ-ଣେ

ଆରେ, କଂଶର ଘରଣୀ, ପଦ୍ମାବତୀ ରାଣୀ, କଲା ଧନନ୍ତରି ଓଷା
ଲକ୍ଷେବାର ପଦ୍ମ ଦବୁ ରେ କହ୍ନେଇ
ନଥିବ ପାଖୁଡ଼ା ଓଷାକୁ ଗୋବିନ୍ଦ ହରି-ହରି-ହରି
ଆରେ, ବାହାରିଲା, ବାହାରିଲା, ବାହାରିଲା

ଆରେ, କୁଆଁରୀ ବୟସ, ସାପର କି ଦୋଷ
କହି ହଉଛି ନା ସହି ହଉଛି
ପ୍ରଥମେ ପ୍ରଥମେ କଷ୍ଟ ଦେଲା ବିଷ
ଧିରେ-ଧିରେ ଏବେ ମଜା ଲାଗୁଛି

ଟେଣେ-ଣେ-ଣେ-ଣେ

ହଁ, କୁଆଁରୀ ବୟସ, ସାପର କି ଦୋଷ
କହି ହଉଛି ନା ସହି ହଉଛି
ପ୍ରଥମେ ପ୍ରଥମେ କଷ୍ଟ ଦେଲା ବିଷ
ଧିରେ-ଧିରେ ଏବେ ମଜା ଲାଗୁଛି

ଚୋଟ ଦେଖିବା ବାହାନା କରି ଆସନ୍ତି କେତେ ଟୋକ
କିଏ କହୁଛି ଆଉ ଦିନେ ଲୋ ଯିବୁନି ମଣି ଏକା

ତୋ जवानी ଦେଖି ସାପଟା ଦବ ଖେଳି ଲୋ
ମରିଗଲି, ମରିଗଲି

ଟେଣେ-ଣେ-ଣେ-ଣେ
ଟେଣେ-ଣେ-ଣେ-ଣେ

ମରିଗଲି, ମରିଗଲି

ଟେଣେ-ଣେ-ଣେ-ଣେ
ଟେଣେ-ଣେ-ଣେ-ଣେ
ଟେଣେ-ଣେ-ଣେ-ଣେ
ଟେଣେ-ଣେ-ଣେ-ଣେ

⭐ Rate These Lyrics

Average: 0.0/5 • 0 ratings