Home 🎬 Bollywood 🎵 Pakistani 🎤 English Pop

Mana Mora Eka

👤 Anuradha Paudwal 🎼 Manini ⏱️ 3:55
🎵 1917 characters
⏱️ 3:55 duration
🆔 ID: 12859746

📜 Lyrics

ମନ ମୋର ଏକ କାଗଜର ନାଆ
ମୁଁ ଯେ ସେଥିରେ ଲେଖି ତୁମ ନାଁ
ତାକୁ ସୁଅରେ ଭସେଇ ଦେଲି
ବନ୍ଧୁରେ ସୁଅରେ ଭସେଇଦେଲି

ଭାବି ନିଅ ଥରେ (ଉଁହୁଁ)
କହିବନି ପରେ (ନା, ନା)
ନଈରେ ବୁଡ଼େଇ ଦେଲି
ତୁମକୁ ମଝି ନଈରେ ବୁଡ଼େଇ ଦେଲି
ବନ୍ଧୁରେ ସୁଅରେ ଭସେଇଦେଲି

ମନ ମୋର ଏକ କାଗଜର ନାଆ

ଝିଅ ହୋଇ ମୁଁ ଯେ ଡ଼ରୁନି ଜମା
କେମିତି ପୁଅ ତୁମେ କୁହନା
ଝିଅ ହୋଇ ମୁଁ ଯେ ଡ଼ରୁନି ଜମା
କେମିତି ପୁଅ ତୁମେ କୁହନା

ପରିବିନି ଦୂର ମେଘକୁ ଛୁଇଁ
ସେ ଲାଗି ମୋର ଡେଣା ତ ନାହିଁ
ଭାବିଛକି ତୁମ କଥାରେ ମୁଁ ଯିବି ଭୁଲି?
ବନ୍ଧୁରେ କଥାରେ ଯିବିନି ଭୁଲି

ମନ ମୋର ଏକ କାଗଜର ନାଆ

ରହୁଥିଲା ଦିନେ ଆଖିରେ ଯିଏ
ମନ କହୁଚି ଏଇତ ସିଏ
ରହୁଥିଲା ଦିନେ ଆଖିରେ ଯିଏ
ମନ କହୁଚି ଏଇତ ସିଏ

ଏକ ହେଲେ ମିଶି ଦୁଇଟି ଢ଼େଉ
ଏଇ କାହାଣୀ ଶେଷ ନ ହେଉ
ମନ ଦେଇ ଆଜି ତୁମକୁ ମୁଁ ପାଇଗଲି
ମାନିନୀ ତୁମକୁ ମୁଁ ପାଇଗଲି

ଭାବି ନିଅ ଥରେ (ଉଁହୁଁ)
କହିବନି ପରେ (ନା, ନା)
ସୁଅରେ ଭସେଇ ନେଲି
ତୁମକୁ ସୁଅରେ ଭସେଇ ନେଲି

ମନ ମୋର ଏକ କାଗଜର ନାଆ
ମୁଁ ଯେ ସେଥିରେ ଲେଖି ତୁମ ନାଁ

⭐ Rate These Lyrics

Average: 0.0/5 • 0 ratings