Home 🎬 Bollywood 🎵 Pakistani 🎤 English Pop

Janha Amaku Luchi Dekhuchi

👤 Mohammad Aziz & Anuradha Paudwal 🎼 Manini (Original Motion Picture Soundtrack) ⏱️ 4:01
🎵 1484 characters
⏱️ 4:01 duration
🆔 ID: 14257670

📜 Lyrics

ଜହ୍ନ ଆମକୁ ଲୁଚି ଦେଖୁଛି
ଲୁଚିଲୁଚି ଆମ କଥା ଶୁଣୁଛି
ରୁହ ଆଉ ଟିକେ ରୁହ, ଦୂରେ ରହି କଥା ହୁଅ
କାହିଁକି? ଆରେ! ଦେଖୁନ ସେ ଜହ୍ନ ପରା ଚାହିଁଛି
ଜହ୍ନ ଆମକୁ ଲୁଚି ଦେଖୁଛି

ଆକାଶର ତାରା ଫୁଲ ହୋଇ ଆଜି
ସଜାଇଲେ ଶେଜ, ଜୋଛନାରେ ଭିଜି
ଏଇ ମଧୁରାତି ଯାଏ ଝୁମିଝୁମି
ଆଖି କହେ କଥା ଓଠ ଯାଏ ଚୁମି
ତୁମ ଛୁଆଁରେ, ମିଠା ନିଆଁରେ
ଏଇ ମନ ଜଳିଜଳି ଯାଉଛି
ଜହ୍ନ ଆମକୁ ଦେଖି ହସୁଛି
ଚୁପିଚୁପି ଆମ କଥା କହୁଛି

ରଖିବି ତୁମକୁ ପଣତେ ଲୁଚାଇ
ସପନ ପରି ମୋ ଆଖିରେ ସଜାଇ
ପଥରେ ଦେହରେ ଫୁଟାଇଛ ଫୁଲ
କାଚକୁ ଦେଇଛ କାଞ୍ଚନର ମୁଲ
ବାହୁରେ ତୁମ ଏଇ ଜୀବନ, ହାଏ ଝୁଲିଝୁଲି ଯାଉଛି

ଫରିଫରି ଦୀପ ଆଜି ଜଳୁଛି
ଜଳିଜଳି ଏଇ କଥା କହୁଛି
ତୁମେ ଆଉ ମୁଁ ମିଶି, ସବୁ ସହିବା ହସି
ଆମ ପାଇଁ ଦୀପ ସାକ୍ଷୀ ରହିଛି
ଜହ୍ନ ଆମକୁ ଲୁଚି ଦେଖୁଛି

⭐ Rate These Lyrics

Average: 0.0/5 • 0 ratings