Home 🎬 Bollywood 🎵 Pakistani 🎤 English Pop

Gaan Majhire Chandini

👤 Mohammad Aziz 🎼 Unknown ⏱️ 6:15
🎵 3291 characters
⏱️ 6:15 duration
🆔 ID: 31252857

📜 Lyrics

ଗାଁ ମଝିରେ ଚାନ୍ଦିନୀ, ଚାନ୍ଦିନୀ ପାଖେ କୂଅ
ସେଇ କୂଅମୂଳେ ଦେଖିଲି ଗୋଟେ ସୁନ୍ଦରୀ ଝିଅ

ହୋ, ଗାଁ ମଝିରେ ଚାନ୍ଦିନୀ, ଚାନ୍ଦିନୀ ପାଖେ କୂଅ
ସେଇ କୂଅମୂଳେ ଦେଖିଲି ଗୋଟେ ସୁନ୍ଦରୀ ଝିଅ

ଯେତେ ପଚାରିଲି, ହୋ
ଯେତେ ପଚାରିଲି ନାଆଁଟି ତାହାର ଲାଜେ ଲୁଚେଇଲା ମୁହଁ

ଗାଁ ମଝିରେ...
ଗାଁ ମଝିରେ ଚାନ୍ଦିନୀ, ଚାନ୍ଦିନୀ ପାଖେ କୂଅ
ସେଇ କୂଅମୂଳେ ଦେଖିଲି ଗୋଟେ ସୁନ୍ଦରୀ ଝିଅ

ପାଣି କାଢ଼ୁ-କାଢ଼ୁ ଓଦା ହେଇଥିଲା ତା ଦେହର ପିନ୍ଧାଲୁଗା
କଉଠି ଲୁଚିବ, ଲୁଚିବ ବୋଲି ଖୋଜୁଥିଲା ସେ ଜାଗା

ପାଣି କାଢ଼ୁ-କାଢ଼ୁ ଓଦା ହେଇଥିଲା ତା ଦେହର ପିନ୍ଧାଲୁଗା
କଉଠି ଲୁଚିବ, ଲୁଚିବ ବୋଲି ଖୋଜୁଥିଲା ସେ ଜାଗା

କୂଅମୂଳର ଶିଉଳିରେ ତା ପାଦ ଗଲା ଖସି
ତାର ଏମିତି ହାଲତ ଦେଖି ମୁଁ ଟିକେ ଦେଲି ହସି
କୂଅମୂଳର ଶିଉଳିରେ ତା ପାଦ ଗଲା ଖସି
ତାର ଏମିତି ହାଲତ ଦେଖି ମୁଁ ଟିକେ ଦେଲି ହସି

ହାତ ବଢ଼େଇଲି...
ହାତ ବଢ଼େଇଲି ଧରିବା ପାଇଁ ଥରୁଥିଲା ତା ଦେହ

ଗାଁ ମଝିରେ...
ଗାଁ ମଝିରେ ଚାନ୍ଦିନୀ, ଚାନ୍ଦିନୀ ପାଖେ କୂଅ
ସେଇ କୂଅମୂଳେ ଦେଖିଲି ଗୋଟେ ସୁନ୍ଦରୀ ଝିଅ

କଣେଇ-କଣେଇ ମତେ ଅନେଇ କହିଲା ଛେପ ଢ଼ୋକି
ଛୁଇଁଲ ଯଦି ହାତକୁ ମୋର ଦବନି ମତେ ଠକି

କଣେଇ-କଣେଇ ମତେ ଅନେଇ କହିଲା ଛେପ ଢ଼ୋକି
ଛୁଇଁଲ ଯଦି ହାତକୁ ମୋର ଦବନି ମତେ ଠକି

ଏଇ ଗାଁ ଶେଷମୁଣ୍ଡେ ମୋ ଘର ସେଠିକି ତୁମେ ଆସିବ
ବାପାଙ୍କୁ କହି ମୋ ହାତ ଧରି ତୁମସାଥେ ନେଇଯିବ
ଏଇ ଗାଁ ଶେଷମୁଣ୍ଡେ ମୋ ଘର ସେଠିକି ତୁମେ ଆସିବ
ବାପାଙ୍କୁ କହି ମୋ ହାତ ଧରି ତୁମସାଥେ ନେଇଯିବ

ଜାଣିଲି ସେଇ...
ଜାଣିଲି ସେଇ ନିରୀହ ଝିଅ ବଢ଼ିଲା ନଈ ସୁଅ

ଗାଁ ମଝିରେ...
ଗାଁ ମଝିରେ ଚାନ୍ଦିନୀ, ଚାନ୍ଦିନୀ ପାଖେ କୂଅ
ସେଇ କୂଅମୂଳେ ଦେଖିଲି ଗୋଟେ ସୁନ୍ଦରୀ ଝିଅ

ଗାଁ ମଝିରେ ଚାନ୍ଦିନୀ, ଚାନ୍ଦିନୀ ପାଖେ କୂଅ
ସେଇ କୂଅମୂଳେ ଦେଖିଲି ଗୋଟେ ସୁନ୍ଦରୀ ଝିଅ

⭐ Rate These Lyrics

Average: 0.0/5 • 0 ratings