Home 🎬 Bollywood 🎵 Pakistani 🎤 English Pop

Ei Achhu Mayabini

👤 Babusan 🎼 Bhala Paye Tate Sahe Ru Sahe (Original Motion Picture Soundtrack) ⏱️ 4:14
🎵 1698 characters
⏱️ 4:14 duration
🆔 ID: 6659143

📜 Lyrics

ଏଇ ଅଛୁ ଏଇ ନାହୁଁ
ଏଇ ଅଛୁ ପୁଣି ଏଇ ନାହୁଁ
ସବୁବେଳେ ତୁ ଆସୁ ଯାଉ
ମିଠା ମିଠା ବାସ୍ନା ପରି ତୁ
ଛିଟା ଛିଟା ବର୍ଷା ପରି ତୁ
ଓଦା ଓଦା ସ୍ଵପ୍ନ ପରି ତୁ
ଛାତି ତଳେ ଲେଖୁ ରଚନା
ମାୟାବିନୀ ମାୟାବିନୀ ମାୟାବିନୀ ମାୟାବିନୀ
ମାୟାବିନୀ ବନ ଜୋଛନା ଲୁଚନା
ଧୁଆଁ ଧୁଆଁ ଏଇ ମେଘ ମୋଡେ ମୋଡେ
ପାଖେ ଥାଇ ଲାଗୁ କେତେ ଦୂରେ ଦୂରେ
ଧୁଆଁ ଧୁଆଁ ଏଇ ମେଘ ମୋଡେ
ପାଖେ ଥାଇ ଲାଗୁ କେତେ ଦୂରେ
ଏ ତୋର ଦୁଇ ଆଖି
ନିଏ ଯେ ମତେ ଡାକି
ଚିହ୍ନା ଚିହ୍ନା ସ୍ପର୍ଶ ପରି ତୁ
ଭିଜା ଭିଜା ତୃଷ୍ନା ପରି ତୁ
ନୁଆ ନୁଆ ଗଳ୍ପ ପରି ତୁ
ମିଛେ କେତେ କରୁ ବାହାନା
ମାୟାବିନୀ ମାୟାବିନୀ ମାୟାବିନୀ ମାୟାବିନୀ
ମାୟାବିନୀ ବନ ଜୋଛନା ଲୁଚନା
ଅନାମିକା ଫୁଲଟିଏ ହୋଇ ହୋଇ
ସବୁବେଳେ ଯାଉ ମତେ ଛୁଇଁ ଛୁଇଁ
ଅନାମିକା ଫୁଲଟିଏ ହୋଇ
ସବୁବେଳେ ଯାଉ ମତେ ଛୁଇଁ
ଏ ମନେ ନିଆଁ ଜାଳି
ଖେଳୁ ତୁ ଲୁଚକାଳି
ଅଧା ଅଧା ପ୍ରଶ୍ନ ପରି ତୁ
ନୀଳ ନୀଳ ଚିତ୍ର ପରି ତୁ

⭐ Rate These Lyrics

Average: 0.0/5 • 0 ratings