Home 🎬 Bollywood 🎵 Pakistani 🎤 English Pop

Kalia (Jai Jagannath)

👤 Rapper Big Deal feat. Kuldeep Pattnaik 🎼 Samir Rishu Mohanty ⏱️ 3:34
🎵 4173 characters
⏱️ 3:34 duration
🆔 ID: 6670216

📜 Lyrics

(ଜୟ ଜଗବନ୍ଧୁ, ଜୟ ଜଗତର ବନ୍ଧୁ)
(ମୋ ନା' କଣ?)
(ଜୟ ଜଗତର-)

ଗାଇବି ମୁଁ ଆଜି,ନାଚିବି ମୁଁ ଆଜି,
ଜଗତର ନାଥ, ଜଗନ୍ନାଥ ପାଇଁ।
ନା' ତୋ କାଳିଆ, ଚକାଦୋଳିଆ
ନା' ତୋ କାଳିଆ, କେହି ନାହିଁ ତୋ ଭଳିଆ।

90' ମସିହାରେ ପିଲାଟି କାନ୍ଦିଲା
ଅତି ଦୁର୍ବଳ ସେ ବଞ୍ଚିବା ନ ଥିଲା।
ବୋଉ ତତେ ଡାକିଲା, ବୋଉ ଆଜି ସାକ୍ଷୀ ସେ
କି ପିଲା ଟି ମୁଁ, ମତେ ବଞ୍ଚିଲା କାଳିଆ।

ସବୁ ବର୍ଷ ମହାବାତ୍ୟା ତେ ଆସେ
ଯେ ଦର ଭୟ କଣ ତୁ ଆମ ପାଖରେ।
ଦୁନିଆ ସାରା ଲୋକ ତତେ ଦେଖିବାକୁ ଆସନ୍ତି
ତୋ ଯୋଗୁ ପୁରୀ ଲୋକ ଖାଇବା ଖାଇ ପାରନ୍ତି।

ରଥଯାତ୍ରା ସମସ୍ତେ କରନ୍ତି ଦର୍ଶନ
ଜାତି ଧର୍ମ ନୁହଁ, ସମସ୍ତେ ସମ୍ମାନ।
ଛେରାପହଁରା ରେ ଆମ ଗଜପତି ରଜା
ଫୁଲ ଚନ୍ଦନ ରୁ ସେ କରନ୍ତି ରଥ ସଫା।

କୋଟି କୋଟି ତୋର ଭକ୍ତ, (ଭକ୍ତ)
ଗାଳି ଖାଇବୁ ତୁ,କିନ୍ତୁ ସାହିବୁ ଲୋ ତୁ ଗର୍ବ। (ଗର୍ବ)
ତାକୁ କରୋନା ଭି ରଖି ପାରିଲାନି ରଥ, (ରଥ)
ଏଟା ହେଲା ଆମ ଜଗନ୍ନାଥଙ୍କ ତାକତ, let's go!!

ଗାଇବି ମୁଁ ଆଜି,ନାଚିବି ମୁଁ ଆଜି,
ଜଗତର ନାଥ, ଜଗନ୍ନାଥ ପାଇଁ।
ନା' ତୋ କାଳିଆ, ଚକାଦୋଳିଆ
ନା' ତୋ କାଳିଆ, କେହି ନାହିଁ ତୋ ଭଳିଆ।
ନା' ତୋ କାଳିଆ, ଚକାଦୋଳିଆ
ନା' ତୋ କାଳିଆ, କେହି ନାହିଁ ତୋ ଭଳିଆ।

ଓଲଟା ଦିଶେ ତୋ ପତିତପବନ
ସବୁ ଦିନ ହୁଏ ପତାକା ବଦଳ।
ସବୁ ଦିଗରୁ ସେ ଦେଖା ଯାଏ ଏକା
ଏଟା ହେଲା ରହସ୍ୟ ସୁଦର୍ଶନ ଚାକର ର।

ବଡେଦେଉଳ ର ପଡ଼େନି ଛାଇ
ମହାପ୍ରସାଦ କେବେ ନଷ୍ଟ ହୁଏ ନାଇଁ।
ଏ ସବୁ ଅଦ୍ଭୁତ ଘଟଣା ପାଇଁ
ବିଷ୍ଣୁ ରୂପ ସେ ନୀଳ ଶୈଳ ଦାୟି।

ଧଳା ଘୋଡା ରେ ଛାଡିବ
କାଞ୍ଚି କାବେରୀ ତା ଭକ୍ତ ପାଇଁ ଲଢିବ।
ରଥ ଯାତ୍ରା ସାରି, ରସଗୋଲା ଦେଇ
ମହାଲକ୍ଷ୍ମୀଙ୍କୁ ଖୁସି ସେ କରିବ।

ଭକ୍ତ ତୋର ସବୁ ଦେଶ ରେ
ଅତି ସୁନ୍ଦର ଆମ କାଳିଆ ର ସୁନା ବେଶ।
ଭାରି ବଢିଆ ଡାଲମା, ଅବଢ଼ା ଓ ବେଶର
ଖଯା, ପିଠା, ଗଜା ଥରେ ଖାଇକରି ଦେଖ, let's go!!

ଗାଇବି ମୁଁ ଆଜି,ନାଚିବି ମୁଁ ଆଜି,
ଜଗତର ନାଥ, ଜଗନ୍ନାଥ ପାଇଁ।
ନା' ତୋ କାଳିଆ, ଚକାଦୋଳିଆ
ନା' ତୋ କାଳିଆ, କେହି ନାହିଁ ତୋ ଭଳିଆ।
ନା' ତୋ କାଳିଆ, (କାଳିଆ)
ଜୟ ଜଗନ୍ନାଥ!

ନା' ତୋ କାଳିଆ
ଜୟ ଜଗନ୍ନାଥ! (କାଳିଆ...)
ନା' ତୋ କାଳିଆ (କାଳିଆ...)
ଜୟ ଜଗନ୍ନାଥ!

ଗାଇବି ମୁଁ ଆଜି,ନାଚିବି ମୁଁ ଆଜି,
ଜଗତର ନାଥ, ଜଗନ୍ନାଥ ପାଇଁ।
ନା' ତୋ କାଳିଆ, ଚକାଦୋଳିଆ
ନା' ତୋ କାଳିଆ, କେହି ନାହିଁ ତୋ ଭଳିଆ।
ନା' ତୋ କାଳିଆ, ଚକାଦୋଳିଆ
ନା' ତୋ କାଳିଆ, କେହି ନାହିଁ ତୋ ଭଳିଆ

⭐ Rate These Lyrics

Average: 0.0/5 • 0 ratings