Home 🎬 Bollywood 🎵 Pakistani 🎤 English Pop

Bhakata Bidura

👤 Bhikari Bala 🎼 Bhajan Puspanjali ⏱️ 3:55
🎵 1748 characters
⏱️ 3:55 duration
🆔 ID: 7117690

📜 Lyrics

ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ

ମୁଁ ଯେତେ ଦରବ ଯାଚିଲେ କାହିଁକି?
ମୁଁ ଯେତେ ଦରବ ଯାଚିଲେ କାହିଁକି?
ନ'ଛୁଅଁ ହେ ଭଗବାନ

ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ

ଦାସିଆ ବାଉରୀ କି ତପ କରିଲା?
ତା ଶ୍ରୀଫଳ ହସ୍ତେ ନେଲ
ବନ୍ଧୁ ବୋଲି କହି ବନ୍ଧୁମହାନ୍ତି କୁ
ଭୋଗ ଥାଳି ଯାଚି ଦେଲ

ତୁମେ ପରା ସେହି ଭାବ ବିନୋଦିଆ
ମୋ ପାଇଁ କିଆଁ ମଉନ?

ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ

ଦେଉଥିବି ମୁହିଁ, ନେଉଥିବ ତୁମେ
ଏଡ଼େ ଭାଗ୍ୟ ମୋର କାହିଁ?
ଅସରା ଲୁହରେ ଭରା ମୋ ପସରା
କି ଦେଇ ତୋଷିବି ମୁହିଁ?

ତୁମ ଛଡ଼ା ଫୁଲ, ତୁଳସୀ ପାଇ ହେ
ତୁମ ଛଡ଼ା ଫୁଲ, ତୁଳସୀ ପାଇ ହେ
ଯାଉ ମୋର ଏ ଜୀବନ

ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ

ମୁଁ ଯେତେ ଦରବ ଯାଚିଲେ କାହିଁକି?
ନ'ଛୁଅଁ ହେ ଭଗବାନ
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ
ନଛୁଅଁ ହେ ଭଗବାନ
ତୋଷାଇ ପାରିଲା ମନ

⭐ Rate These Lyrics

Average: 0.0/5 • 0 ratings