Home 🎬 Bollywood 🎵 Pakistani 🎤 English Pop

Dura Aakashare Janha

👤 Babushan 🎼 Prema Adhei Aksyara ⏱️ 4:40
🎵 1848 characters
⏱️ 4:40 duration
🆔 ID: 7266350

📜 Lyrics

ଦୂର ଆକାଶରେ ଜହ୍ନଟିଏ
ଦୁଇ ଆଖିରେ ସେ ସ୍ବପ୍ନଟିଏ
ଦେଖି ସେ ହୁଏ ସିନା
କେବେ ତ ଛୁଇଁ ହୁଏ ନା
କେବେ ତ ଛୁଇଁ ହୁଏ ନା

ସେ ଜହ୍ନକୁ ଟିକେ ଦେଖିବାକୁ
କାହିଁକି କେଜାଣି ଏ ଆଖିକୁ
ହେଇଛି ଆଜି ମନା

ନଦେଖି ରହି ହୁଏ ନା
ନଦେଖି ରହି ହୁଏ ନା

ଦୂର ଆକାଶରେ ଜହ୍ନଟିଏ
ଦୁଇ ଆଖିରେ ସେ ସ୍ବପ୍ନଟିଏ

ସେ ଜହ୍ନ ସିନା ଭାରି ସୁନ୍ଦର
ଅଢେଇ ଅକ୍ଷର ପ୍ରେମ ଯେ ତାର
ପ୍ରେମ ଯେ ତାର ଅଧା ଅଧୁରା
ଅଧା ଅଧୁରା ମୋ ଗପ ପରା

ସେ ଗପ କାହାକୁ କହିବା ପାଇଁ
ମନ ହେଲା କାଇଁ ଜାଣେ ନାହିଁ
ତଥାପି ନକହି ରହିତ ହୁଏନା

ଦୂର ଆକାଶରେ ଜହ୍ନଟିଏ
ଦୁଇ ଆଖିରେ ସେ ସ୍ବପ୍ନଟିଏ
ଦେଖି ସେ ହୁଏ ସିନା
କେବେ ତ ଛୁଇଁ ହୁଏ ନା
କେବେ ତ ଛୁଇଁ ହୁଏ ନା

ଜହ୍ନରୁ ସିନା ଜୋଛନା ଝରେ
କିଏ ସେ ଭିଜୁଛି, କିଏ ତ ଜଳେ
ମନଟା ଯେବେ ଜଳେ ରେ ମିତ
ଗାଏ ସେ ଲୁହର ଲହୁର ଗୀତ

ସେ ଗୀତ ଥରୁଟେ ଗାଇବା ପାଇଁ
ମନ ହେଲା କାଇଁ ଜାଣେ ନାହିଁ
ନଗାଇ ସିନା ରହି ହୁଏନା
ନଗାଇ ସିନା ରହି ହୁଏନା

ଦୂର ଆକାଶରେ ଜହ୍ନଟିଏ
ଦୁଇ ଆଖିରେ ସେ ସ୍ବପ୍ନଟିଏ

⭐ Rate These Lyrics

Average: 0.0/5 • 0 ratings