Home 🎬 Bollywood 🎵 Pakistani 🎤 English Pop

Aahe Chaka Aakhi

👤 Bhikari Bala 🎼 Bhajan Saradha ⏱️ 4:54
🎵 2853 characters
⏱️ 4:54 duration
🆔 ID: 7743903

📜 Lyrics

ଆହେ ଚକାଆଖି...
ଆହେ ଚକାଆଖି, ହେ, ଚକାଆଖି

ଆହେ ଚକାଆଖି, ଆହେ ଚକାଆଖି
ଆହେ ଚକାଆଖି, ଆହେ ଚକାଆଖି

ଶୁଖିଲାଣି କଣ୍ଠ ଡାକି-ଡାକି
ଶୁଖିଲାଣି କଣ୍ଠ ଡାକି-ଡାକି

ସତ କହୁଛି କି ମିଛ ମୁଁ କହୁଛି
ସତ କହୁଛି କି ମିଛ ମୁଁ କହୁଛି
ବାଇଶି ପାହାଚ ତୋର ସାକ୍ଷୀ

ଆହେ ଚକାଆଖି, ଆହେ ଚକାଆଖି
ଆହେ ଚକାଆଖି, ଆହେ ଚକାଆଖି

ଦିନେ ନ ଶୁଣିଲୁ ଦୁଃଖ ମୋର
ତୁ କି ନୁହଁ ନାଥ ଅନାଥର?
ଦିନେ ନ ଶୁଣିଲୁ ଦୁଃଖ ମୋର
ତୁ କି ନୁହଁ ନାଥ ଅନାଥର?

ବଡ଼ ଆଶା କରି ଆସିଥିଲି ଧାଇଁ
ବଡ଼ ଆଶା କରି ଆସିଥିଲି ଧାଇଁ
ବଡ଼ଦାଣ୍ଡ ତୋର ଅଛି ସାକ୍ଷୀ

ଆହେ ଚକାଆଖି, ଆହେ ଚକାଆଖି
ଆହେ ଚକା ଆଖି, ଆହେ ଚକା ଆଖି

ତୋ ବିନା ମୋର କେ ଅଛି ଭବେ?
କହ ମୁଁ ଡାକିବି ତାକୁ ତେବେ
ତୋ ବିନା ମୋର କେ ଅଛି ଭବେ?
କହ ମୁଁ ଡାକିବି ତାକୁ ତେବେ

କିପାଇଁ ନିରାଶ କରୁ ବହିରସ?
କିପାଇଁ ନିରାଶ କରୁ ବହିରସ?
କହ ମୋର କେଉଁ ଦୋଷ ଦେଖି

ଆହେ ଚକା ଆଖି, ଆହେ ଚକାଆଖି
ଆହେ ଚକା ଆଖି, ଆହେ ଚକାଆଖି

ସବୁ ବନ୍ଧନକୁ ମୁଁ କାଟି ଦେଇ
ତୋ ଭୂଜ ଛାଇକି ଅଛି ଚାହିଁ
ସବୁ ବନ୍ଧନକୁ ମୁଁ କାଟି ଦେଇ
ତୋ ଭୂଜ ଛାଇକି ଅଛି ଚାହିଁ

ଦୁଃଖହାରୀ ତୋତେ କହିବି କି ଆଉ
ଦୁଃଖହାରୀ ତୋତେ କହିବି କି ଆଉ

ଭବଜଳେ ଯେବେ ଯାଏ ଭାସି
ତୋ ସିଂହ ଦୁଆର ଅଛି ସାକ୍ଷୀ
ତୋ ଗରୁଡ଼ ସ୍ତମ ଅଛି ସାକ୍ଷୀ

ଆହେ ଚକାଆଖି, ଆହେ ଚକାଆଖି
ଆହେ ଚକାଆଖି, ଆହେ ଚକାଆଖି

ଶୁଖିଲାଣି କଣ୍ଠ ଡାକି-ଡାକି
ସତ କହୁଛି କି ମିଛ ମୁଁ କହୁଛି
ସତ କହୁଛି କି ମିଛ ମୁଁ କହୁଛି
ବାଇଶି ପାହାଚ ତୋର ସାକ୍ଷୀ

ଆହେ ଚକାଆଖି, ଆହେ ଚକାଆଖି
ଆହେ ଚକାଆଖି, ଆହେ ଚକାଆଖି
ଆହେ ଚକାଆଖି, ଆହେ ଚକାଆଖି

⭐ Rate These Lyrics

Average: 0.0/5 • 0 ratings