Home 🎬 Bollywood 🎵 Pakistani 🎤 English Pop

Hatre Mor Mutha Mutha

👤 Bhikari Bal 🎼 Joy Jagannatha Hey Swami ⏱️ 3:46
🎵 3328 characters
⏱️ 3:46 duration
🆔 ID: 7744021

📜 Lyrics

ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ଶରଧା ବାଲି
ନରେନ୍ଦ୍ରର ଜଳ ପଡ଼େ ମଥାରୁ ଝରି
ହାତରେ ମୋ ମୁଠା-ମୁଠା ଶରଧା ବାଲି, ଠାକୁରେ ଶରଧା ବାଲି
ନରେନ୍ଦ୍ରର ଜଳ ପଡ଼େ ମଥାରୁ ଝରି

ଦେହରେ ମୋ ବୋଳା ବଡ଼ଦାଣ୍ଡର ଧୂଳି
ଦେହରେ ମୋ ବୋଳା ବଡ଼ଦାଣ୍ଡର ଧୂଳି

ଚକାଡ଼ୋଳା, ଚକାଡ଼ୋଳା
କହ ଚକାଡ଼ୋଳା ପର ହେଲି କିପରି
ପର ହେଲି କିପରି?

ହାତରେ ମୋ ମୁଠା-ମୁଠା ଶରଧାବାଲି, ଠାକୁରେ ଶରଧା ବାଲି
ନରେନ୍ଦ୍ରର ଜଳ ପଡ଼େ ମଥାରୁ ଝରି

ଆଖିରେ ମୁଁ ଦେଖୁଥାଇ ତୋର ମୂରତି
କାନ ମୋର ଦିବାନିଶି ଶୁଣେ ତୋ ଗୀତି
ଆଖିରେ ମୁଁ ଦେଖୁଥାଇ ତୋର ମୂରତି
କାନ ମୋର ଦିବାନିଶି ଶୁଣେ ତୋ ଗୀତି

ତୁଣ୍ଡେ ତୁଳସୀ ଜଳ, ତୁଣ୍ଡେ ତୁଳସୀ ଜଳ ପାଏ ମୁଁ ନୀତି
ମୁଣ୍ଡ ମୋର ଛୁଏଁ, ମୁଣ୍ଡ ମୋର ଛୁଏଁ ବଡ଼ ଦାଣ୍ଡର ମାଟି
ବଡ଼ ଦାଣ୍ଡର ମାଟି

ରସ ନାମ ଗାଏ ସଦା
ରସ ନାମ ଗାଏ ସଦା
ରସ ନାମ ଗାଏ ସଦା ନାମ ତୋହରି
ପର ହେଲି କିପରି?

ହାତରେ ମୋ ମୁଠା-ମୁଠା ଶରଧାବାଲି, ଠାକୁରେ ଶରଧାବାଲି
ନରେନ୍ଦ୍ରର ଜଳ ପଡ଼େ ମଥାରୁ ଝରି

ଘର ଜାଣେ ନୀଳାଚଳ ବଡ଼ଦେଉଳ
ପ୍ରଭୂପଣେ ତୁହି ଏକା ବଡ଼ଠାକୁର
ତୋ ପାଇଁ ଭୁଲିଛି ସବୁ, ତୋ ପାଇଁ ଭୁଲିଛି ସବୁ ଆପଣା ପର
ଭରସା କରିଛି ତୋର, ଭରସା କରିଛି ତୋର ପାଦଯୁଗଳ
ପ୍ରଭୁ ପାଦଯୁଗଳ

ଜୀବନ ଯିବ ମୋହର
ଜୀବନ ଯିବ ମୋହର
ଜୀବନ ଯିବ ମୋହର ତୋ ନାମ ଧରି
ପର ହେଲି କିପରି?

ହାତରେ ମୋ ମୁଠା-ମୁଠା ଶରଧାବାଲି, ଠାକୁରେ ଶରଧାବାଲି
ନରେନ୍ଦ୍ରର ଜଳ ପଡ଼େ ମଥାରୁ ଝରି

ଦେହରେ ମୋ ବୋଳା ବଡ଼ଦାଣ୍ଡର ଧୂଳି
ଦେହରେ ମୋ ବୋଳା ବଡ଼ଦାଣ୍ଡର ଧୂଳି

ଚକାଡ଼ୋଳା, ଚକାଡ଼ୋଳା
କହ ଚକାଡ଼ୋଳା ପର ହେଲି କିପରି
ପର ହେଲି କିପରି?

ହାତରେ ମୋ ମୁଠା-ମୁଠା ଶରଧାବାଲି, ଠାକୁରେ ଶରଧା ବାଲି
ନରେନ୍ଦ୍ରର ଜଳ ପଡ଼େ ମଥାରୁ ଝରି

କହ ଚକାଡ଼ୋଳା, କହ ଚକାଡ଼ୋଳା, କହ ଚକାଡ଼ୋଳା, ହେ-ଏ
କହ ଚକାଡ଼ୋଳା, କହ ଚକାଡ଼ୋଳା, କହ ଚକାଡ଼ୋଳା

⭐ Rate These Lyrics

Average: 0.0/5 • 0 ratings