Home 🎬 Bollywood 🎵 Pakistani 🎤 English Pop

Tora E Hasare

👤 Kumar Bapi 🎼 Pagala Premi (Original Motion Picture Soundtrack) ⏱️ 5:09
🎵 2345 characters
⏱️ 5:09 duration
🆔 ID: 8205950

📜 Lyrics

ତୋର ଏ ହସରେ ଆଜି
ହଁ ଝରୁଛି ମିଠା ପ୍ରେମର ଗୀତଟି
ତୋର ଏ ପାଉଁଜି ଆଜି
ହଁ ନାଚୁଛି ନୂଆ ପ୍ରେମର ନାଚଟି

ଆଖିରେ ଆଖିଏ ସପନର ମେଳା
ଜୀବନକୁ ମୋର କରିଛି ରଙ୍ଗିଲା

ସାଥିରେ ସାଥି, ତୁ ସବୁଦିନ ଆ'

ତୁ ଥିଲେ ପାଖେ ମୋର ସବୁ ସପନ ସୁନ୍ଦର
ସବୁ ଋତୁ ବି ଫଗୁଣ ମୋରି ପାଇଁ
ପ୍ରେମ ଏକ ଫୁଲ ବଣ, ପକେଇଦେଇଛି ରାଣ
ସବୁ ଦିନ ଫୁଲ ଟିଏ ତୋଳିବା ପାଇଁ

ମୁଁ ନୀରବରେ ବାଟ ଚାଲୁଥିଲେ
ରଙ୍ଗ ବେରଙ୍ଗର ଫୁଲ ଝରି ପଡ଼େ
ଖୁସିର ଜୁଆର ଭାଙ୍ଗେ ବନ୍ଧ ବାଡ଼
ପ୍ରେମ ପ୍ରଜାପତି ଆକାଶରେ ଉଡ଼େ

ତୁ କି ଦେଖିନୁ ତୋ ପାପୁଲିରେ
ସରଗ ହସୁଛି ସୁନାର ରଙ୍ଗରେ?

ସାଥିରେ ସାଥି, ତୁ ପାଖେ ପାଖେ ଥା'

ତୁ ଥିଲେ ପାଖେ ମୋର
ବୈଶାଖ ଲାଗେ ବସନ୍ତ
ପବନ ବି ଗାଏ ଗୀତ ସତ ସୁରରେ
ପ୍ରେମ ଏକ ରଙ୍ଗ ଖେଳ
ସାତ ରଙ୍ଗର ଅବିର
ବୋଳି ଦେଇଯାଏ ମୋର ସାରା ଦେହରେ

ହୋ, ତୁ ମୋର ଭାଗ୍ୟ, ତୁ ମୋର ସ୍ୱର୍ଗ
ତୁ ମୋ ପାଇଁ ପରା ମୁକ୍ତା ଝରା ମେଘ
ତୋ ପାଇଁ ଦିନ ଗୋଲାପୀ ଗୋଲାପୀ
ତୋ ପାଇଁ ମୋ ରାତି ଇନ୍ଦ୍ରଧନୁ ରଙ୍ଗ

ତୁ ମୋ ଆଖିର ନଧଡ଼କ ନିଦ
ତୁ ମୋ ଛାତିର ଗୋପନ ସମ୍ପଦ

ସାଥିରେ ସାଥିରେ, ତୁ ଛାତି ତଳେ ଥା'

ତୁ ଥିଲେ ପାଖେ ମୋର
ଜିତିଯିବି ସବୁ ଖେଳ
ହାରିଲେ ବି ଦୁଃଖ ଜମା କରିବି ନାହିଁ
ପ୍ରେମ ଥିଲେ ପାଖେ ମୋର
ଆସିଲେ ଯେତେ ଅନ୍ଧାର
ବାଟ ଚାଲୁଥିବି ସାଙ୍ଗେ ଜହ୍ନକୁ ନେଇ

⭐ Rate These Lyrics

Average: 0.0/5 • 0 ratings