Home 🎬 Bollywood 🎵 Pakistani 🎤 English Pop

Hasa Gote 2

👤 Kumar Bapi & Tapu 🎼 Dhanare Rakhibu Sapatha Mora ⏱️ 5:23
🎵 2175 characters
⏱️ 5:23 duration
🆔 ID: 9095167

📜 Lyrics

ହସ ଗୋଟେ ଓଠ ତଳ ଗାଁର ନାଁ
ଲୁହ ଗୋଟେ ଆଖି ତଳ ନଈର ନାଁ
ହସ ଗୋଟେ ଓଠ ତଳ ଗାଁର ନାଁ
ଲୁହ ଗୋଟେ ଆଖି ତଳ ନଈର ନାଁ

ସେଇ ହସରେ, ଲୁହରେ
ସେଇ ନଈରେ, ଗାଁରେ
ସେଇ ହସରେ, ଲୁହରେ
ସେଇ ନଈରେ, ଗାଁରେ
ଆ ଲେଖିବା ଆ

ତୋ ନାଁ, ମୋ ନାଁ
ଆମରି ନାଁ, ଆମରି ନାଁ
ତୋ ନାଁ, ମୋ ନାଁ
ଆମରି ନାଁ, ଆମରି ନାଁ

ଦୂର ଆକାଶରେ ପ୍ରେମ ପକ୍ଷୀଟିଏ ଉଡୁଥିଲା ଡ଼େଣା ଝାଡ଼ି
ସେଇ ପକ୍ଷୀ ଆସି ତୋ ମନ ସାଥିରେ ମୋ ମନକୁ ଦେଲା ଯୋଡ଼ି
ଦିନ ଲାଗେ ଆଜି ଜହ୍ନରାତି ପରି, ରାତି ଲାଗେ ଫୁଲବନ
ନିଦରୁ ଉଠି ମୁଁ ନିଦରେ ଶୋଉଚି, ଦେଖିବାକୁ ତୋ ସପନ

ସେଇ ପକ୍ଷୀର ଡ଼େଣାରେ
ସେଇ ନିଦ ଅଗଣାରେ
ସେଇ ପକ୍ଷୀର ଡ଼େଣାରେ, ନିଦ ଅଗଣାରେ
ଆ ଲେଖିବା ଆ

ତୋ ନାଁ, ମୋ ନାଁ
ଆମରି ନାଁ, ଆମରି ନାଁ

ହେ, ଲା-ଲା-ଲା-ଲାଲା-ଲା
ଲା-ଲା-ଲାଲା-ଲା

ଏକା ଏକା ହୋଇ ବାଟ ଚାଲୁଥିଲି
ମିଳିଗଲା ତୋର ହାତ
ମୋ ହାତ ରେଖାରେ ତତେ ମୁଁ ପାଇଲି
ସତ ଠାରୁ ଲାଗେ ସତ

ହୋ, ତୋ ହୃଦୟ ଆଉ ମୋ ହୃଦୟ ମିଶି ଗୋଟିଏ ହୃଦୟ ଆଜି
ଡ଼ରଲାଗେ ତାକୁ କଉଠି ରଖିବି କାଳେ ଯିବ ସିଏ ହଜି

ସାତ ଜନମ ପାଇଁରେ ହୃଦୟ ଉପରେ
ସାତ ଜନମ ପାଇଁରେ ହୃଦୟ ଉପରେ
ଆ ଲେଖିବା ଆ

ତୋ ନାଁ, ମୋ ନାଁ
ଆମରି ନାଁ, ଆମରି ନାଁ
ତୋ ନାଁ, ମୋ ନାଁ
ଆମରି ନାଁ, ଆମରି ନାଁ

⭐ Rate These Lyrics

Average: 0.0/5 • 0 ratings